Resultado encontrado

Mora Nahin Sehi Radha Rani Bhaba

Ira Mohanty
Enviar Pesquisar

ମୋର ନାହିଁ ସେଇ ରାଧାରାଣୀ ଭାବ, ମୋର ନାହିଁ ସେଇ ରାଧାରାଣୀ ଭାବ
ତତେ କେମିତି ଡାକିବି କହ ରାଧାମାଧବ

ମୋର ନାହିଁ ସେଇ ମୀରାବାଇ ଭାବ, ମୋର ନାହିଁ ସେଇ ମୀରାବାଇ ଭାବ
ତୋତେ କେମିତି ଡାକିବି କହ କୃଷ୍ଣକେଶବ

ମୁଁ ନାରୀ ଟିଏ ତୁ ନାରାୟଣ
ମୁଁ ଦେହ ହେଲେ ତୁ ମୋର ପ୍ରାଣ
ତୁ ଅଗତି ର ଗତି ମୋର ଧନ

କଳାମାଧବ, ମାଧବ କଳାମାଧବ

ମୋର ନାହିଁ ସେଇ ରାଧାରାଣୀ ଭାବ, ମୋର ନାହିଁ ସେଇ ରାଧାରାଣୀ ଭାବ
ତତେ କେମିତି ଡାକିବି କହ ରାଧାମାଧବ, ରାଧାମାଧବ

ମୁଁ ମୁଁ ମୁଁ ରଙ୍କୁଣି ଟେ ତୁ ତୁ ତୁ ରଙ୍କନିଧି
ତୋ ଭାବ ରେ ଦେଇଛୁ ଛନ୍ଦି
ମୁଁ ମୁଁ ମୁଁ ଯୋଗିଆଣୀ ତୁ ତୁ ତୁ ମହାବାହୁ
ମୋ ଥାଳ ଦବୁନି ଭାଙ୍ଗି

ମୋ କଣ୍ଠ ରେ ତୋ ଭଜନ କୀର୍ତ୍ତନ
ତୁମ ଗୀତା ଭାଗବତ ପ୍ରବଚନ
ତୋ ସାଥେ ବନ୍ଧା ମୋର ଏ ଜୀବନ

ଦିନବାନ୍ଧବ, ବାନ୍ଧବ ଦିନବାନ୍ଧବ

ମୋର ନାହିଁ ସେଇ ରାଧାରାଣୀ ଭାବ, ମୋର ନାହିଁ ସେଇ ରାଧାରାଣୀ ଭାବ
ତତେ କେମିତି ଡାକିବି କହ ରାଧାମାଧବ, ରାଧାମାଧବ

ତୁ ତୁ ତୁ ମୋ ଚନ୍ଦନ ତୁ ତୁ ତୁ ମୋ ତୁଳସୀ
ତୁ ମୋର କୈବଲ୍ୟପାଣି
ତୁ ତୁ ତୁ ଗଳାମାଳି ମୋ ମୋ ମୋ ଆଶାବାଡି
ତୁ ମୋର ନୟନମଣି

ମୁଁ ଶାରୀ ଟିଏ ତୁ ପରା ଶ୍ରୀହରି
ତତେ ଭଜିଭଜି ପ୍ରାଣ ଯାଉ ଛାଡି
ଆତ୍ମା ଖୋଜେ ମୋର ତୋ ବିଷ୍ଣୁ ପଞ୍ଜୁରୀ

କଳାସାଧବ, ସାଧବ କଳାସାଧବ

ମୋର ନାହିଁ ସେଇ ରାଧାରାଣୀ ଭାବ, ମୋର ନାହିଁ ସେଇ ରାଧାରାଣୀ ଭାବ
ତତେ କେମିତି ଡାକିବି କହ ରାଧାମାଧବ

ମୋର ନାହିଁ ସେଇ ମୀରାବାଇ ଭାବ, ମୋର ନାହିଁ ସେଇ ମୀରାବାଇ ଭାବ
ତୋତେ କେମିତି ଡାକିବି କହ କୃଷ୍ଣକେଶବ

ମୁଁ ନାରୀ ଟିଏ ତୁ ନାରାୟଣ
ମୁଁ ଦେହ ହେଲେ ତୁ ମୋର ପ୍ରାଣ
ତୁ ଅଗତି ର ଗତି ମୋର ଧନ

କଳାମାଧବ, ମାଧବ କଳାମାଧବ

Observação

Resultado automático

Esta letra foi encontrada automaticamente e pode precisar de revisão.

Quando ela for adicionada ao catálogo principal do EMXStudio, poderá receber tradução, correção, categoria, artista vinculado e informações completas.