Resultado encontrado

Kanhare Kanha

Ira Mohanty
Enviar Pesquisar

କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା

ଚାନ୍ଦ ଥିଲେ
କି ହବ ରେ?

ଚାନ୍ଦ ଥିଲେ, କି ହବ ରେ
ଚାନ୍ଦିନୀ ବିନା?

କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା

ଗୋପପୁରେ ଶୁଭୁନାହିଁ ଆଉ ଚହଳ
ବସିଛନ୍ତି ମନ ମାରି ସାକ୍ଷୀଗୋପାଳ

କାନ୍ଦୁଛି ରାଇ-କିଶୋରୀ ବିକଳ ହେଇ
ଗଲୁ କିରେ ନୀଳମଣି ମୋତେ ଭୁଲାଇ?
ଅନେଇ ବସିଛି ତୋର ଫେରିବା ପଥ
ଲେଉଟିଲା ନାହିଁ କିଆଁ ଅକ୍ରୁର ରଥ?

କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା

ଗୋଠ ଥିଲେ
କି ହବ ରେ?

ଗୋଠ ଥିଲେ, କି ହବ ରେ
ଗୋପାଳ ବିନା?

କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା

ଆଟିକା ଆଟିକା ଥୁଆ ଲବଣି ସର
ସାରିବାକୁ ନାହିଁ କଳାମାଣିକ ମୋର

ଗୋପ ତ ନୁହେଁ ରେ ଗୋପ, କହ୍ନେଇ ବିନା
ଖୋଜା ପଡେ କାହିଁ ଗଲା କାଳିଆ ସୁନା
ଚାନ୍ଦ ତ ଲାଗେନା ଭଲ ଚାନ୍ଦିନୀ ବିନା
ଫୁଲର କି ମୂଲ କହ ସୁବାସ ବିନା

କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା

ବଂଶୀ ଥିଲେ
କି ହବ ରେ?

ବଂଶୀ ଥିଲେ, କି ହବ ରେ
କହ୍ନେଇ ବିନା?

କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା

ଚାନ୍ଦ ଥିଲେ
କି ହବ ରେ?

ଚାନ୍ଦ ଥିଲେ, କି ହବ ରେ
ଚାନ୍ଦିନୀ ବିନା?

କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା
କାହ୍ନା ରେ କାହ୍ନା

Observação

Resultado automático

Esta letra foi encontrada automaticamente e pode precisar de revisão.

Quando ela for adicionada ao catálogo principal do EMXStudio, poderá receber tradução, correção, categoria, artista vinculado e informações completas.